ଭୁଲିଗଲୁ ତୁ ଲୋ ମନ ମୋ ମାନୁନି 💓
ସକାଳୁ ବସିଛି ଉଠି
ନମ୍ବର ଟା ତୋର ବଦଳେଇ ଦେଲୁ
ଲେଖୁଛି ପ୍ରଥମ ଚିଠି 💌
ସପନରେ କାଲି ଆସିଥିଲୁ ଚାଲି
ନେଲୁ ମୋ ହୃଦୟ ଲୁଟି
ତୋତେ ଛୁଇଁବାକୁ ଭାବିଦେଲି ଯେବେ
ନିଦ ନାହିଁ ସାରା ରାତି
ଫେରିଆସ ତୁମେ ଅତୀତ କୁ ଭୁଲି
ପଡିଯାଉ ପ୍ରେମ ଗଣ୍ଠି
ସକାଳୁ ଲୋ ତୋତେ ଝୁରୁଛି ମୁ ଆଜି
ତୋ ପାଇଁ ଲେଖୁଛି ଚିଠି 💌
କେତେ ଶୀତ କେତେ ବସନ୍ତ ଗଲାଣି
ମୁ କିନ୍ତୁ ଅଛି ସେଇଠି
କେମିତି ପାଗେଳୀ ଜାଣି ତୁ ପାରୁନୁ 💔
ଛାଡ଼ିଥିଲୁ ହାତ ଯୋଉଠି
କୋହର ମୁନରେ ଲୁହର ଶ୍ୟାହିରେ
ହୃଦୟ କାଗଜେ ବସି
ପ୍ରଣୟ ପାଗଳ ତୁମରି କେବଳ
ଲେଖୁଛି ପ୍ରଥମ ଚିଠି 💌
:-ରମାକାନ୍ତ ବେହେରା
LOVE SAYERI